ଓଡ଼ିଆ ସିନେମାର ରୋମାଣ୍ଟିକ ଯୋଡି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଚାଲିଥିବା ଦାମ୍ପତ୍ୟ ଲଢେ଼ଇ ଥମିବାର ନାଁଆ ନେଉଥିବା ନଥିବା ବେଳେ ସମ୍ପ୍ରତି ଅନୁଭବଙ୍କ ଭିଡିଓ ଆକ୍ସନ ବେଶ୍ କୌତୁକ ପରିସ୍ଥିତି ସୃଷ୍ଟି କରିଛି, ଦୀର୍ଘ ବୈବାହିକ ଜୀବନରେ ବର୍ଷା ତାଙ୍କୁ କେବେ ଥରଟିଏ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଦେଇ ନାହାନ୍ତି ବୋଲି କେନ୍ଦ୍ରାପଡା ସାଂସଦଙ୍କ ପାଥେଟିକ୍ ଡାଇଲଗ ଓ ଦୁଇଦିନ ତଳେ ବର୍ଷାଙ୍କ ଦ୍ଵାରା ଥାନାରେ ଏତଲା ଦିଆଯିବା ପରିପ୍ରେକ୍ଷୀରେ ସୁନ୍ଦରଗଡର ବିଜେପି ବିଧାୟିକା ପୂର୍ବତନ ବିଜେଡି ନେତ୍ରୀ କୁସୁମ ଟେଟେ ଶାସକ ଦଳକୁ ତେରେଛା ବାଣ ମାରିଛନ୍ତି।
ସପ୍ତାହକ ପରେ ବ୍ରଜରାଜନଗରରେ ଉପନିର୍ବାଚନ ଭୋଟ ଗ୍ରହଣ ହେବାକୁ ଥିବାବେଳେ, ଶ୍ରୀମତୀ ଟେଟେ କହିଛନ୍ତି ଯେ ଅନୁଭବଙ୍କ ରିଅଲ ଲାଇଫ ତାଙ୍କ ରିଲ୍ ଲାଇଫର ଠିକ ଓଲଟା, ସବୁ ବିଜେଡି ନେତା ମନ୍ତ୍ରୀ ସାଂସଦଙ୍କ କଥା ଠିକ ସେମିତି; ଉପରେ ଭାଷଣରେ କହୁଥିବେ – ମା’କୁ ସମ୍ମାନ, ହେଲେ କାର୍ଯ୍ୟରେ ମହିଳାମାନଙ୍କୁ ନିର୍ଯାତନାର ଶୀକାର କରାଉଥିବେ !
କେବଳ ଏହି ଗୋଟିଏ ଘଟଣା ନୁହେଁ, ଆଗରୁ ମଧ୍ୟ ଅନେକ ବିଜେଡି ନେତାଙ୍କ ବିରୋଧରେ ସେମାନଙ୍କ ଘରୁ ଏମିତି ଅଭିଯୋଗ ଆସିଛି । ସେମାନଙ୍କ ନିଜ ବୋହୂ ଓ ଘରେ କାମ କରୁଥିବା ଚାକରାଣୀଙ୍କ ନିର୍ଯାତନାର ଏମିତି ଅନେକ ଅଭିଯୋଗ ଆମେ ଦେଖିଛେ ବୋଲି ଶ୍ରୀମତୀ ଟେଟେ କହିଛନ୍ତି।