ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଦିଘୀ ପଞ୍ଚାୟତର ପୂର୍ବତନ ଓ୍ଵାର୍ଡ଼ମେମ୍ବର ସର୍ବେଶ୍ଵର ରାଉତଙ୍କୁ କିଛି ଦୁର୍ବୃତ୍ତ ଗତକାଲି ରାତିରେ ହତ୍ୟା କରିଛନ୍ତି। ବିଳମ୍ବିତ ରାତିରେ କାଜୁ ବଗିଚାରୁ ଘରକୁ ଫେରୁଥିବା ବେଳେ ଦିଘୀ ନିକଟସ୍ଥ ଏକ ଜୋର ପାଖରେ ଅଜଣା ଆକ୍ରମଣକାରୀମାନେ ତାଙ୍କୁ ସଶସ୍ତ୍ର ଆକ୍ରମଣ କରିଥିଲେ। ସର୍ବେଶ୍ଵରଙ୍କ ଚିତ୍କାର ଶୁଣି ଗାଁର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ, ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପୂର୍ବ ଶତୃତା କାରଣରୁ ଶ୍ରୀ ରାଉତଙ୍କ ଉପରେ ଆକ୍ରମଣ ହୋଇଥିବା କଥା କୁହାଯାଉଥିବା ବେଳେ ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି କାମାକ୍ଷାନଗର ପୋଲିସ ପଚରାଉଚରା କରୁଛି।