ଯାଜପୁର : 7ବର୍ଷ ତଳେ ଜଣେ 8ବର୍ଷ ବାଳକକୁ ତନ୍ତ୍ରପୂଜା ପାଇଁ ହତ୍ୟା କରିଥିବା ଅଭିଯୋଗରରେ ଯାଜପୁରର ଏକ ଅଦାଲତ ରାଜେନ୍ଦ୍ରପୁରର ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଘଟଣାର ବିବରଣୀରୁ ଜଣା ଯାଇଛି ଯେ 2015 ଫ୍ରେବୃଆରି 26 ତାରିଖରେ କୁଆଖିଆ ବ୍ଲକର ରାଜେନ୍ଦ୍ରପୁର ଗ୍ରାମରେ ଗ୍ରାମବାସୀଙ୍କର ଏକ ସାମୁହିକ ଭୋଜିରୁ ସମ୍ପୃକ୍ତ ବାଳକ ଅଭିଷେକଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇ ତନ୍ତ୍ରପୂଜା କରି ହତ୍ୟା କରିଥିଲା ଦୀପ । ବେଶି ରାତି ଯାଏ ଅଭିଷେକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ, ଖୋଜା ଖୋଜି ସମୟରେ ଦୀପକ ମଧ୍ୟ ନିଜ ଘରେ ନଥିବା ଜଣା ପଡିଥିଲା। ପରଦିନ ସକାଳୁ ଅଭିଷେକର ମୃତଦେହ ଏକ ମନ୍ଦିର ପାଖ ପୋଖରୀରେ ଭାସୁଥିବା ଦେଖାଯାଇଥିଲା।