କିସକୁ ୟୁନେସ୍କୋ ଆନ୍ତର୍ଜାତିକ ପୁରସ୍କାର

ଅଚ୍ୟୁତ ସାମନ୍ତଙ୍କ ଦ୍ୱାର ପ୍ରତିଷ୍ଠିତ ଦେଶର ପ୍ରଥମ ଆବାସିକ ଆଦିବାସୀ ଶିକ୍ଷାନୁଷ୍ଠାନ କିସକୁ ଚଳିତ ବର୍ଷ ପାଇଁ ୟୁନେସ୍କୋ ଆନ୍ତର୍ଜାତିକ ପୁରସ୍କାର ମିଳିଛି। ଓଡ଼ିଶା ପାଇଁ ଏପରି ବିଶ୍ବସ୍ତରୀୟ ଗୌରବ ହାସଲ କରିଥିବା ଏହି ଅନନ୍ୟ ଅନୁଷ୍ଠାନଟି ଆଜକୁ ୨୯ ବର୍ଷତଳେ ମାତ୍ର ୧୨୫ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ବର୍ତମାନ ଏହାର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୭୦ହଜାରେ ପହଞ୍ଚିଛି। ଏହି ପୁରସ୍କାର ପାଇବାରେ କିସ ଭାରତର ୫ମ ଓ ରାଜ୍ୟର ପ୍ରଥମ ଅନୁଷ୍ଠାନ । ପୁରସ୍କାର ସ୍ୱୋରୁପ ୨୦ହାଜର ଆମେରିକା ଡଲାର, ମାନପତ୍ର ଓ ଏକ ମେଡାଲ କିସକୁ ଗତକାଲି ୟୁନେସ୍କୋ ପକ୍ଷରୁ କୋଟ ଡି ଆଇଭୋର ଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଦାନ କରାଯାଇଛି।

Leave A Reply

Your email address will not be published.