କେନ୍ଦ୍ରାପଡା ଜିଲ୍ଲାରେ ପୋଲିସ ଡ୍ରାଇଭର ଥିବା ଜଣେ କାମାନ୍ଧ ବ୍ଯକ୍ତି ୨୦୧୮ ମସିହାରୁ ୪ ବର୍ଷ କାଳ ନିଜ ଯୁବତୀ କନ୍ୟା ସହ ଦୁଷ୍କର୍ମ କରୁଥିବାର ଲଜ୍ଜାକର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
ଗତ ସପ୍ତାହରେ ଏ ସମ୍ପର୍କରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ୨୭ ବର୍ଷ ବୟସ୍କା ପୀଡିତା ଯୁବତୀ, ପଟ୍ଟାମୁଣ୍ଡାଇ ଅଞ୍ଚଳର ନିଜ ଗାଁରୁ କୌଶଳକ୍ରମେ ଭୁବନେଶ୍ୱର ପଳାଇ ଆସି ଥାନାରେ ସମସ୍ତ ବିଷୟ ଜଣାଇ ଏତାଲା ଦାୟର କରିଛନ୍ତି ସେ।
ସମ୍ପୃକ୍ତ ଡ୍ରାଇଭର ପୂର୍ବରୁ ପଟ୍ଟାମୁଣ୍ଡାଇ ଥାନାରେ ଥିଲା, ନିକଟରେ ତାର ବଦଳି ଆଳିକୁ ହୋଇଯାଇଛି।
କେନ୍ଦ୍ରାପଡା ପୋଲିସ ଘଟଣାର ତଦନ୍ତ କରୁଛି।