କଳାହାଣ୍ଡି (ମୋହମ୍ମଦ ମଞ୍ଜୁର ଇଲ୍ଲାହି) : ଗୋଆ ଠାରେ ଅନୁଷ୍ଠିତ ହୋଇ ଯାଇଥିବା ଇଣ୍ଟରନାସନାଲ ଶୋତୋକାନ କରାଟେ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର, କୋଶଳ କରାଟେ ସ୍କୁଲ ଥୁଆମୂଳ ରାମପୁର ପ୍ରଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରି ପଦକ ହାସଲ କରିଛନ୍ତି l
ହିତେଶ କୁମାର ନାୟକ କରାଟେରେ ସ୍ବର୍ଣ୍ଣ ପଦକ ଓ କୁମିତେରେ ରୌପ୍ୟ ପଦକ ହାସଲ କରିଥିବାବେଳେ ଜୁନାଗଡ଼ ବ୍ଲକର ଚାରବାହାଳ ଗ୍ରାମ ପଞ୍ଚାୟତର ବିଶ୍ବରଂଜନ ସାହୁ କୁମିତେରେ ରୌପ୍ୟ ପଦକ, ଜିତେନ୍ଦ୍ର ବାଗ କୁମୀତେରେ ରୌପ୍ୟ ଓ କରାଟେରେ କାଂସ୍ୟ ପଦକ ଏବଂ ନିର୍ମଲ ପୁଝାରୀ ଉଭୟ କରାଟେ ଓ କୁମିତେରେ କାଂସ୍ୟ ପଦକ ହାସଲ କରି କଳାହାଣ୍ଡି ଜିଲ୍ଲାର ମାନ ବୃଦ୍ଧି କରିଛନ୍ତି l
ଏହି ପ୍ରତିଯୋଗୀତାରେ 1500 ସ୍ତୁଡେଣ୍ଟ ଭାରତ ସମେତ ନେପାଳ, ଶ୍ରୀଲଙ୍କା, ବାଂଲାଦେଶର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ l
କଳାହାଣ୍ଡି ଜିଲ୍ଲା ଗୋଜୁ ରିୟୋ କରାଟେ ଆସୋସିଏସନର ସଭାପତି ସରୋଜ ବାଗ ଓ ସମ୍ପାଦକ ସୁମିତ ରଞ୍ଜନ ପଟ୍ଟନାୟକ ସହିତ ସମସ୍ତ କର୍ମକର୍ତ୍ତା ମାନେ ପ୍ରଶଂସା କରିଛନ୍ତି ଏବଂ ଏଠାରେ ମାନ୍ୟବର କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା, ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରି, କଳାହାଣ୍ଡି ଜିଲ୍ଲା ଯୁବ ନେତା ଶ୍ରୀ ବିଷ୍ଣୁ ନାୟକ, ସମ୍ପାଦକ ତଥା ଟେଲିକମ ସଦସ୍ୟ କଳାହାଣ୍ଡି ଓ ସାଂସଦ ଙ୍କ ପ୍ରତି ନିଧି , ବ୍ଲକ ଚ୍ୟାର୍ମନ୍ ଦୟା ମାଝୀ ସାହାଯ୍ୟ କରିଛନ୍ତି l
ତଥା ଦିଗାମ୍ବର ସାହୁ ଓ ଅହଲ୍ୟା ସରାପ ମଧ୍ୟ ଗୋଆକୁ ଯାଇ ସାହାର୍ଯ୍ୟ କରିଥିଲେ l
ଗୋଜୁରିୟୋ କରାଟେ ସ୍କୁଲ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଶିହାନ ଅଶୋକ କୁମାର ନାଗ ଏହି ଅବସରରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି l