କଳାହାଣ୍ଡି (ମହମ୍ମଦ ମଞ୍ଜୁର ଇଲାହୀ) : ସରକାର ନିରୀହ ଏବଂ ଗରିବ ଭୂମିହୀନ ଲୋକଙ୍କୁ ଜମିପଟ୍ଟା ଯୋଗାଇବାର ବ୍ୟବସ୍ଥା କରିଥିବା ବେଳେ ତାହା ଏହି ଗରିବ ଆଦିବାସୀ ମାନଙ୍କ ପାଇଁ ସାତସପନ ପାଲଟିଛି l ଏହାକୁ ନେଇ ସିପିଆଇ କଳାହାଣ୍ଡି ଜାଗ୍ରତ ସମିତି ଅଧକ୍ଷତାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ସତ୍ତାଧିକ ଆଦିବାସୀ ପୁରୁଷ ଓ ମହିଳା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିଜର୍ଭ ପୋଲିସ ଛକଠାରୁ ଏକ ରାଲିରେ ବାହାରି କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିକଟରେ ପହଂଚି ଦାବିପତ୍ର ପ୍ରଦାନ କରିଥିଲେ l ସେମାନଙ୍କ ମୁତାବକ ତାଙ୍କର ଜମି ନଥିବାରୁ ସରକାରଙ୍କ ଜଙ୍ଗଲ ଜମି ଉପରେ ଘର କରି ଆଜକୁ 25/30ବର୍ଷ ବସବାସ କରିଆସୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ଜାଗା ଖଣ୍ଡିଏ ମିଳିପାରିଲା ନାହିଁ l ଫଳରେ ସରକାରଙ୍କ ଆବାସ ଗୃହ ଯୋଜନାର ଲାଭ ଏମାନେ ପାଇପାରୁନାହାନ୍ତି l ଅନ୍ୟ ପଟେ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ମଧ୍ୟ ସେହିଯାଗାରୁ ସେମାନଙ୍କୁ ହଟାଇବାପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ l ଯଦି ଏହି ଆଦିବାସୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ଉପରେ ପ୍ରଶାସନ ଦୁଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l