ଲୋକପାଳର କାମଚଳା ଅଧ୍ଯକ୍ଷ ହେଲେ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି

ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ପ୍ରଦୀପ କୁମାର ମହାନ୍ତିଙ୍କୁ ଲୋକପାଳର କାମଚଳା ଅଧ୍ଯକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଜଷ୍ଟିସ ମହାନ୍ତି ମାର୍ଚ୍ଚ ୨୦୧୯ ରୁ ଲୋକପାଳର ବିଚାର ବିଭାଗୀୟ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

ଲୋକପାଳ ଅଧକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଖାଲିପଡିଥିବାଏହି ପଦବୀରେ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଛି ।

ଆସନ୍ତାକାଲି ସେ ଦାୟିତ୍ୱ ଗ୍ରହଣ କରିବେ।

କଟକରେ ଜନ୍ମିତ ଶ୍ରୀ ମହାନ୍ତିଙ୍କ ପିତା ସ୍ୱର୍ଗତ ଯୁଗଳ କିଶୋର ମହାନ୍ତି ସିକିମ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ

Leave A Reply

Your email address will not be published.