ଆଜି ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କାଶୀପୁରରେ କ୍ରମଶଃ ଅଣାୟତ୍ତ ହେଉଥିବା ଝାଡାବାନ୍ତିର ପ୍ରକୋପ ବିଷୟ ଉତ୍ଥାପନ କରିବା ପରେ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି ।
କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରାଯାଇଥିବା ବେଳେ ସୋମବାର ଦିନ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହା ଉପରେ ବିବୃତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
କୂଅରେ ଅପରିଷ୍କାର ଅପମିଶ୍ରିତ ପାଣି ମିଶିବା ହେତୁ ଲୋକେ ଝାଡ଼ାବାନ୍ତିର ଶିକାର ହେଉଥିବା କଥା ବିଧାନସଭାରେ ହୋଇଥିବା ଆଲୋଚନାରୁ ଜଣା ପଡିଛି ।
କାଶୀପୁର ବ୍ଲକର ଡୁଡୁକା ବାହାଲ, ଶଙ୍କରଡା ଓ ମାଇକଞ୍ଛ ପଞ୍ଚାୟତରେ ପରିସ୍ଥିତି ସଂଗୀନ ହୋଇ ପଡିଥିବା କୁହାଯାଇଛି ।
ଏଥିରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 12 ଜଣଙ୍କୁ ଗୁରୁତର ଅବସ୍ଥାରେ ଟିକିରି ଓ କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମୃତକଙ୍କ ମଧ୍ୟରେ ଏକ 15 ବର୍ଷ ବୟସର ବାଳକ ଥିବା ଜଣ ପଡିଛି ।