ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବିଦ୍ୟୁତ ବିଭାଗ ଅଫିସ ସାମ୍ନା ମୁଖ୍ୟରାସ୍ତାରେ ଆଜି ଏକ ୧୨ ଫୁଟ ଲମ୍ବା ବିଶାଳ ଅହିରାଜ ସାପ ଦେଖିବାକୁ ମିଳିଛି।
ସାପଟିକୁ ଦେଖି ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବିରାଟ ଫଣାଟେକି ସାପଟି ସୁସୁ ଗର୍ଜନ କରୁଥିଲା ।
ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ କର୍ମଚାରୀମାନେ ସ୍ଥାନୀୟ ସର୍ପ-ସହାୟକଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଛନ୍ତି