ସମିତି ସଭ୍ୟ ସଭ୍ୟାଙ୍କ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସମିତି ସଭ୍ୟ ସଭ୍ୟା ମାନେ ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ , ପାନୀୟ ଜଳ ବିଭାଗ ଓ ୫ ଟି ସଚିବଙ୍କୁ ପ୍ରଦାନ କରିଛନ୍ତି।ଦାବି ଗୁଡ଼ିକ ହେଲା – ଜିଲ୍ଲାର ସମସ୍ତ ସମିତି ସଭ୍ୟ/ ସଭ୍ୟାଙ୍କ ନିଜସ୍ଵ ପାଣ୍ଠି ବାର୍ଷିକ ୩୦ ଲକ୍ଷ କରାଯାଉ ।ସମ୍ମାନନୀୟ ଭତ୍ତା ମାସିକ ୧୫ ହଜାର ଟଙ୍କା ଏବଂ ଅବସର ପରେ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯାଉ ।ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର କାର୍ଯ୍ୟାଳୟ କକ୍ଷ , କାର୍ଯ୍ୟକାଳ ମଧ୍ୟରେ କାହାରି ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ସ୍ଵାସ୍ଥ୍ୟ ବୀମା ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ । ଜିଲ୍ଲାର ସମସ୍ତ ବ୍ଲକକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାରେ ସାମିଲ କରାଯାଉ । ବ୍ଲକ ମାଧ୍ୟମରେ ପଞ୍ଚାୟତ ଗୁଡିକରେ ହେଉଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ସମିତି ସଭ୍ୟ ସଭ୍ୟାଙ୍କ ଦସ୍ତଖତ ନିଆଯାଉ । ୧୫ ସି ଏଫ୍ ସି ଏବଂ ୫ ଏସ ଏଫ୍ ସିରୁ ପାନୀୟ ଜଳ ଯୋଗାଣ ବିଭାଗ ଏବଂ ନଳକୂପ ଯନ୍ତ୍ରାଂଶ କିଣିବା ପାଇଁ ଯାଉଥିବା ଅର୍ଥ ବ୍ଲକରେ ରଖା ନ ଯାଇ ପଞ୍ଚାୟତକୁ ସ୍ଥାନାନ୍ତରିତ କରାଯାଉ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସମିତି ସଭ୍ୟ ସଭ୍ୟାଙ୍କ ଏକ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଉ । ଉଭୟଙ୍କ ଦସ୍ତଖତରେ ଅର୍ଥ ପୈଠ କରାଯାଉ ଆଦି ଦାବି ରହିଥିଲା।ଏହି କାର୍ଯ୍ୟକ୍ରମରେ ସଭାପତି ଜ୍ୟୋତିରଞ୍ଜନ ନାୟକ , କାର୍ଯ୍ୟକାରୀ ସଭାପତି ଖଗେଶ୍ବର ଅମାତ,ଉପସଭାପତି କହ୍ନେଇ ଜୟପୁରିଆ,ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସେଠ୍,ସମ୍ପାଦକ ବିରେନ୍ଦ୍ର ଲାଲ,ଗଣେଶ କେର କେଟା,ପିତାମ୍ବର ଶେଖର ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.