ମାତିଛନ୍ତି ଇରାଗୁଲା ଗ୍ଯାଙ୍ଗର ଲୁଟେରା

ଦକ୍ଷିଣ ଓଡିଶାରେ ଏବେ ମାତିଛନ୍ତି ଇରାଗୁଲା ଗ୍ୟାଙ୍ଗ, ବ୍ଯାଙ୍କ ଓ ଏଟିଏମରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କ ଉପରେ ହାମଲା କରି ଲୁଟି ନେଉଛନ୍ତି। ଏହିଭଳି ଏକ ଲୁଟ ଘଟଣାରେ ଧରାପଡିଛନ୍ତି ୨ ଲୁଟେରା। ଜୟପୁର ସହରରେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୩୦ହଜାର ଟଙ୍କା ଲୁଟି ଫେରାର ହୋଇଯାଉଥିବା ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି ସ୍ଥାନୀୟ ଲୋକେ।
ଖବରରୁ ଜଣାଯାଇଛି ଯେ ଜୟପୁର ସହରର ଓସିସି କଲୋନୀର ସନ୍ତୋଷ ଗୌଡ ବ୍ୟାଙ୍କରୁ ୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ବାଇକରେ ଘରକୁ ଫେରୁଥିଲା ବେଳେ ୩ ଜଣ ଲୁଟେରା ବାଇକରେ ତାଙ୍କର ପିଛା କରି ୟେଲୋ ଡ୍ୟାମ୍ ନିକଟରେ ବାଇକ ଆରୋହୀଙ୍କୁ ମାଡି ବସି ୩ ଲକ୍ଷ ୩୦ହଜାର ଟଙ୍କା ଛଡାଇ ନେଇଥିଲେ । ବାଇକ ଆରୋହୀଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକ ଦୌଡିଆସିବାରୁ ଖସିଯିବାର କୌଣସି ଉପାୟ ନପାଇ ପାଣିକୁ ଡେଇଁ ପଡିଥିଲେ ୩ ଲୁଟେରା। ମାତ୍ର ଲୋକମାନେ ସେମାନଙ୍କ ମଧ୍ୟରୁ ୨ଜଣକୁ ଡ୍ୟାମ ପାଣିରୁ ଟେକି ଆଣି ନିର୍ଧୁମ ଛେଚିବା ପରେ ପୁଲିସକୁ ଡାକି ଜିମା ଦେଇଛନ୍ତି । ଜଣେ ଲୁଟେରା ଖସି ପଲାଇଛି । ୨ ଲୁଟେରାଙ୍କ ପାଖରୁ ୩ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୩୦ ହଜାର ଟଙ୍କା ମିଳି ନାହିଁ । ଏମାନେ ଇରାଗୁଲା ଗ୍ଯାଙ୍ଗର ବୋଲି ପୋଲିସ କହିଛି।

Leave A Reply

Your email address will not be published.