ଓଡ଼ିଆ ମହିଳା ବୈଜ୍ଞାନିକଙ୍କୁ ଆନ୍ତର୍ଜାତିକ ସମ୍ମାନ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳରେ ଆଜି ଖୁସିର ଲହର ଖେଳି ଯାଇଛି, କାରଣ ଏହି ବ୍ଲକ ଅନ୍ତର୍ଗତ ତିତିରା ଗ୍ରାମର ବୋହୁ ଜ୍ଯୋତିର୍ମୟୀ ମହାନ୍ତି ପାଇଛନ୍ତି ସମ୍ମାନଜନକ ଆନ୍ତର୍ଜାତିକ ଆଇଇଉପିଏସି(International Union of Pure and Applied Chemistry Award – 2023) ପୁରସ୍କାର ! ଏପରି ଗୌରବ ହାସଲ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା।

ଶ୍ରୀମତୀ ମହାନ୍ତି ମୁମ୍ବାଇସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକା ଭାବେ କାର୍ଯ୍ୟ କରୁଛନ୍ତି। ଗତବର୍ଷ ସେ ଇଂଲଣ୍ଡର ରୟାଲ ସୋସାଇଟି ଅଫ କେମେଷ୍ଟ୍ରିରୁ ଫେଲୋସିପ ପାଇଥିଲେ, ଏଭଳି ଫେଲୋସିପ ପାଇବାରେ ମଧ୍ୟ ସେ ଥିଲେ ପ୍ରଥମ ମହିଳା।

ଜ୍ଯୋତିର୍ମୟୀ ହେଉଛନ୍ତି କଟକ ଚାଉଳିଆଗଞ୍ଜର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ବୈକୁଣ୍ଠନାଥ ପାତ୍ରଙ୍କ କନ୍ୟା ଓ ବୈଜ୍ଞାନିକ ରଶ୍ମି ରଞ୍ଜନଙ୍କ ପତ୍ନୀ।

Leave A Reply

Your email address will not be published.