ତିର୍ତ୍ତୋଲରେ ସ୍ଵର୍ଗତ ବିଷ୍ଣୁ ଦାସଙ୍କ ବିଧାୟକ ପୁଅ ବିଜୟଶଙ୍କର ଗଣ ଅସନ୍ତୋଷର ଶରବ୍ଯ ହେଉଛନ୍ତି, ଏପଟେ ପାରାଦୀପରେ ଡାକ୍ତର ଦାମୋଦର ରାଉତଙ୍କ ବିଧାୟକ ପୁଅ ସମ୍ବିତ ଲୋକଙ୍କ ଦ୍ଵାରା ହଟହଟାର ସମ୍ମୁଖୀନ ହେଉଛନ୍ତି ।
ବିଜୟଶଙ୍କରଙ୍କୁ ନେଇ ତିର୍ତ୍ତୋଲ ରାଜନୀତି ସରଗରମ ଥିବା ବେଳେ ଏବେ ସମ୍ବିତଙ୍କ ଯୋଗ୍ଯତା ଓ ଆଦରଣୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାହାମା-ଖୋସାଲପୁର ସେତୁରେ ଅସମ୍ପୂର୍ଣ୍ଣ ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପକୁ ତରବରିଆ ଭାବେ ତୋର ଜବରଦସ୍ତ ଉଦ୍ଘାଟନ କରିବା ବେଳେ ବିଧାୟକ ସମ୍ବିତ ରାଉତଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି ।
ଉଦଘାଟନ ପାଇଁ ବିଧାୟକ ଖେସାଲ ପୁରରେ ପହଞ୍ଚିବା ପରେ ସେତୁର ଆଲୋକୀକରଣ ପାଇଁ ଗାଁ ଟ୍ରାନ୍ସଫର୍ମରରୁ ବିଜୁଳି ସଂଯୋଗ ପାଇଁ କରାଯାଇଥିବା ଉଦ୍ୟମକୁ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିଲେ, ପ୍ରକଳ୍ପ ପାଇଁ ସ୍ଵତନ୍ତ୍ର ଟ୍ରାନ୍ସଫର୍ମରର ପ୍ରାବଧାନ ଥିବା ବେଳେ ଗାଁ ଟ୍ରାନ୍ସଫର୍ମରରୁ କାହିଁକି ବିଜୁଳି ସଂଯୋଗ ନିଆଯିବ ବୋଲି ପ୍ରଶ୍ନ ଉଠାଇଥିଲେ ସେମାନେ ।
ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ଉଦଘାଟନ ଜିଦରୁ ହଟି ନଥିଲେ ବିଧାୟକ, ଡିଜିଟାଲ୍ ଜେନେରେଟର ଲଗାଇ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ।