ଭାରତର ଶ୍ରେଷ୍ଠ ଥାନା ଆସିକା ଥାନା, ନୂଆଦିଲ୍ଲୀରେ ପୁରସ୍କାର ଗ୍ରହଣ କଲେ ଆଇଆଇସି ପ୍ରଶାନ୍ତ ସାହୁ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ସମ୍ମାନିତ ହେଲା ଓଡ଼ିଶାର ପୋଲିସ। ଓଡ଼ିଶା ପୋଲିସ ପାଇଁ ଗର୍ବର ଆଣିଲା ଆସିକା ଥାନା। ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ଷ୍ଟେସନ ଭାରତର ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିବା ବେଳେ ଆଜି ନୂଆଦିଲ୍ଲୀରେ ଆସିକା ଥାନା ଆଇଆଇସି ପ୍ରଶାନ୍ତ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଗତ ୬ ତାରିଖର ଘୋଷଣା ନାମା ଅନୁଯାୟୀ ୨୦୨୨ ବର୍ଷ ପାଇଁ ଦେଶର ତିନିଟି ଶ୍ରେଷ୍ଠ ଥାନା ମଧ୍ୟରେ ଆସିକା ଥାନା ରହିଥିଲା। ଆଜି ଦିଲ୍ଲୀରେ ଆୟୋଜିତ ଡିଜିପି ସମ୍ମିଳନୀରେ ଓଡ଼ିଶାର ଆସିକା ଥାନା ସର୍ବଶ୍ରେଷ୍ଠ ଥାନା ବୋଲି ଘୋଷଣା ହୋଇଛି।

୧୯୩୬ ମସିହାଠାରୁ ପ୍ରଥମ ଥର ପାଇଁ ଓଡ଼ିଶାର ଏକ ପୋଲିସ ଷ୍ଟେସନ ସାରା ଭାରତରେ ଶ୍ରେଷ୍ଠ ବିବେଚିତ ହୋଇଛି।

ସୂଚନାଯୋଗ୍ୟ, ଦେଶର ଶ୍ରେଷ୍ଠ ପୋଲିସ ଷ୍ଟେସନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍ଭେ କରାଯାଇଥିଲା। ପ୍ରତ୍ୟେକ ପୋଲିସ ଷ୍ଟେସନ ପାଇଁ ୧୬୫ ମାପଦଣ୍ଡକୁ ବିଚାରକୁ ନିଆଯାଇଥିଲା।

ନୂଆଦିଲ୍ଲୀରେ ଆଜି ପୋଲିସ ଡିଜି ଓ ଆଇଜିପିଙ୍କ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସିକା ଥାନାକୁ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.