ସ୍ତ୍ରୀକୁ ଫାର୍ଶାରେ ହାଣି ଫେରାର

ଯାଜପୁର ଜିଲ୍ଲା ଦାନଗଦି ହାଟରେ ଆଜି ମଧ୍ଯାହ୍ନରେ ମୁନ୍ନା ପାତ୍ର ନାମକ ଜଣେ ଉଦଭ୍ରାନ୍ତ ନରପିଶାଚ ନିଜ ସ୍ତ୍ରୀକୁ ଫାର୍ଶାରେ ହାଣି ଫେରାର ହୋଇଯାଇଛି।

ମୁନ୍ନାକୁ ଅଟକାଇବାକୁ ଯାଇ ତ୍ରିଲୋଚନ ଜାରିକା ନାମକ ଅନ୍ୟଜଣେ ଲୋକ ଫାର୍ଶାଚୋଟ ଖାଇଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ମୁନ୍ନାର ଘର ଟମକା ଅଞ୍ଚଳରେ, ସେ ଏଠାରେ ସୁଭଦ୍ରା ନାମ୍ନୀ ଜଣେ ଯୁବତୀକୁ ବିବାହ କରିଥିଲା।

ପରେ ସେ ଆଉଜଣେ ଯୁବତୀକୁ ବିବାହ କରି ଘରେ ରଖିବାରୁ ସୁଭଦ୍ରା ଘରଛାଡି ନିଜ ବାପଘରେ ରହୁଥିଲା।

ଆଜି ସେ ଦାନଗଦି ହାଟକୁ ଆସିଥିବାର ଦେଖି ମୁନ୍ନା ତାକୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା।

ସୁଭଦ୍ରାଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ତ୍ରିଲୋଚନ ଦାନଗଦି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛ

Leave A Reply

Your email address will not be published.