ଓଡ଼ିଶା ସ୍କିଲ କନକ୍ଳେଭ ୨୦୨୩ରେ ଆଜି ଦକ୍ଷତା ବିକାଶ, ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି, ଏହି କନକ୍ଲେଭ କାଳରେ ମୋଟ ୨୦ଟି ଏମଓୟୁ ହେବ ବୋଲି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦକ୍ଷତା ବିକାଶ ସଚିବ।
ନୂଆ ଓଡ଼ିଶା ଗଠନ ନିମନ୍ତେ ଯୁବକଯୁବତୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୧୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି,୧ ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଦିଗରେ ଏହି ରାଶି ଖର୍ଚ୍ଚ ହେବ ଫଳରେ ଡ଼ିଜିଟାଲ୍ ଜ୍ଞାନ କୌଶଳରେ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଭଳି ନୂତନ ଟେକ୍ନୋଲୋଜିରେ ଆମର ଯୁବକଯୁବତୀମାନେ ପାରଙ୍ଗମତା ହାସଲ କରି ପାରିବେ ବୋଲି କହିଛନ୍ତି ଦକ୍ଷତା ବିକାଶ ସଚିବ ।
ତେବେ ଏହା ଫଳରେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସେହି ସଂକ୍ରାନ୍ତିୟ ସାମ୍ବାଦିକଙ୍କ ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ।