ବିକାଶ ଆଳରେ ବିକୃତ କରାଯାଉଛି ଐତିହ୍ୟ : ଶଙ୍କରାଚାର୍ଯ୍ୟ

ପୁରୀ ଶ୍ରୀମନ୍ଦିରର ବିକାଶ ନାମରେ ଏହାର ଐତିହ୍ୟକୁ ବିକୃତ କରୁଛନ୍ତି ସରକାର, ପବିତ୍ର ଜଗନ୍ନାଥ ଧାମର ଅସ୍ତିତ୍ଵ ଓ ଆଦର୍ଶକୁ ବିଲୋପ କରିବାକୁ ସରକାର ଯେଉଁ ଅବିମୃଷ୍ଯକାରୀ ପଦକ୍ଷେପମାନ ନେଉଛନ୍ତି,

ତାହାକୁ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ।ପୁରୀରେ ପ୍ରାଚୀନ ମଠଗୁଡିକୁ ଭାଙ୍ଗି ଦେଇ ଜଗନ୍ନାଥ ଧାମରେ ସୁରା ସୁନ୍ଦରୀ ପରିବେଶ ସୃଷ୍ଟି ହେବା ଚିନ୍ତାର ବିଷୟ ବୋଲି କହି ଏଥିପ୍ରତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ଏହା ଉପରେ ପ୍ରତିକ୍ରିୟା ଦେଇ କେତେକ ମହଲରେ କୁହାଯାଇଛି ଯେ ଶଙ୍କରାଚାର୍ଯ୍ୟଙ୍କ ୪ ଦିନ ତଳର ଅଭିମତକୁ ଦେଖାଇ କେତେକ ଟେଲିଭିଜନ ଚାନେଲ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି, ସରକାରଙ୍କ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି ବୋଲି ଜଣାପଡିଛି।

Leave A Reply

Your email address will not be published.