ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO

ଢେଙ୍କାନାଳ : ପୁଣି ଜଣେ ଓଡିଶା ପୋଲିସ ଅଧିକାରୀ ଫସିଛନ୍ତି ଭିଜିଲାନ୍ସ ଜାଲରେ । ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର SDPO ମଳୟ କିଶୋର ନାୟକ । ଜଣେ ଅଭିଯୋଗକାରୀଙ୍କ ଠାରୁ 30 ହଜାର ଟଙ୍କା ଲାଞ୍ଚ ମାଗିବା ଏବଂ ତାକୁ ଗ୍ରହଣ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ତେବେ ଅଭିଯୋଗକାରୀ ଜଣକ ହେଉଛନ୍ତି ଜଣେ ପଥର ଖଣି ମାଲିକ । ପଥର ଖନନ ଏବଂ ପରିବହନରେ ସୁବିଧା କରାଇଦେବା ପାଇଁ ପୋଲିସ ଅଧିକାରୀ ଲାଞ୍ଚ ମାଗିଥିଲେ ବୋଲି ଭିଜିଲାନ୍ସକୁ ଅଭିଯୋଗ କରିଥିଲେ ପଥର ଖଣି ମାଲିକ । ଭିଜିଲାନ୍ସ ଟିମ SDPO ମଳୟ କିଶୋର ନାୟକଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଭୁବନେଶ୍ୱର, ପୁରୀ, ଅନୁଗୁଳ, ଢେଙ୍କାନାଳ ଏବଂ ସମ୍ବଲପୁର ଜିଲ୍ଲାରେ ଥିବା 6ଟି ସ୍ଥାନରେ ଏକକାଳୀନ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.