ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ହାଇକୋର୍ଟ ନୋଟିସ କରିଛନ୍ତି। ଏଥିପାଇଁ ସରକାର ଗଠନ କରିଥିବା ରଘୁବର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯିବାକୁ ଆବେଦନ କରି ସାମାଜିକ କର୍ମୀ ଦିଲ୍ଲୀପ ବରାଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶ୍ରୀ ବରାଳଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ଲଢ଼ୁଛନ୍ତି