ରାୟଗଡାର କାଶିପୁରରେ ଦିନକୁ ଦିନ ଅଣାୟତ୍ତ ହେଉଥିବା ଝାଡାବାନ୍ତି ରୋଗକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ମଳ ନମୁନା ପରୀକ୍ଷଣ ପରେ ଏହା ହଇଜା ବିଲି କହିଛି ଆଞ୍ଚଳିକ ଚିକିତ୍ସା ଓ ଗବେଷଣା କେନ୍ଦ୍ର। ଲୋକେ ବ୍ୟବହାର କରୁଥିବା ନଦୀ ଓ ଭୂତଳ ଜଳ ବିପଦ ଜନକ ଭାବେ ଦୂଷିତ ହୋଇଥିବା ହେତୁ ସେଥିରେ ସୃଷ୍ଟି ହୋଇଥିବା ଭୀବରିଓ କଲେରା ଜୀବାଣୁ ଦ୍ୱାରା ହଇଜା ସଂକ୍ରମଣ ହୋଇଛି ବୋଲି ଆଇଏମଆରସି ରିପୋଟରେ ଦର୍ଶାଯାଇଛି । ମହାମାରି ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ସ୍ବାଧା ଦେବ ସିଂହ ।