ଆଜିଠାରୁ କିଛି ନୂଆ ଖାଉଟି ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ କରିଛି କେନ୍ଦ୍ର ସରକାର, ପ୍ୟାକେଟ୍ ଓ ଲେବଲ ଲାଗିଥିବା ଅଣ ବ୍ରାଣ୍ଡେଡ୍ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସ୍ଟି ଲାଗୁ କରିଛି କେନ୍ଦ୍ର ସରକାର।
ଫଳରେ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି, ଖଇ ଉପରେ ଆଜିଠାରୁ ଜିଏସ୍ଟି ଦେବାକୁ ପଡିବ ଖାଉଟିଙ୍କୁ।
ପ୍ୟାକେଟ୍ ଦହି, ଲସି, ଚାଉଳ, ବାର୍ଲି, ଓଟ୍ସ , ପନିର, ଗହମ, ଚାଉଳ, ବାର୍ଲି, ଓଟ୍ସ ଉପରେ ବି ଦେବାକୁ ପଡିବ ୫ ପ୍ରତିଶତ ଜିଏସଟି।
ଏହାକୁ ନେଇ ଆଜି ବିଧାନସଭାରେ ଝଡ ସୃଷ୍ଟି ହୋଇଛି। ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଜିଏସଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ।
ମାତ୍ର ମନ୍ତ୍ରୀଙ୍କ ଉତ୍ତର ବିରୋଧୀ କଂଗ୍ରେସ ବିଧାୟକଙ୍କୁ ସନ୍ତୁଷ୍ଟ କରି ପାରିନଥିଲା, ଚୁଡ଼ାମୁଢ଼ି ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ହେବାରୁ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରାଯାଇଛି।