ବାଣୀବିହାରରେ ଦୁର୍ବୁତ୍ତଙ୍କ ଦୌରାତ୍ମ୍ୟ

ଗତକାଲି ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦଳେ ଅଜଣା ଯୁବକ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ସୃଷ୍ଟି କରିଛନ୍ତି ।

ସେମାନେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନା ରାସ୍ତାରେ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରି ଠେଲାପେଲା କରିଥିଲେ ।

ସେଠାରେ ଥିବା ସ୍କୁଟର ଓ ମୋଟର ସାଇକେଲଗୁଡିକୁ ସେମାନେ ଓଲଟାଇ ଫିଙ୍ଗା ଫୋପଡ଼ା କରିଥିଲେ ଓ ଖଣ୍ଡା ଭୁଜାଲି ବୁଲାଇ ଭୟର ବାତାବରଣ ସୃଷ୍ଟି କରିଥିଲେ ।

ଖବର ପାଇ ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.