ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଖୋରଧାର ବରୁଣେଇରଠାରେ ୯.୬୮୫ ଏକର ଜମି ଯୋଗାଇଛନ୍ତି ସରକାର । ଜମର ମୂଲ୍ୟ ବାବଦକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନ୍ଯ ୧୬ଟି ପ୍ରସ୍ତାବ ସହ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଆଇଟି ପଲିସି ୨୦୨୨, କୋରାପୁଟ ଓ ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ, ପୁରୀରେ ଧର୍ମଶାଳା ପ୍ରକଳ୍ପ, ଦାଦନ ପ୍ରବଣ ୪ ଜିଲ୍ଲାର ୨୦ ବ୍ଲକକୁ ମନରେଗା ଅତିରିକ୍ତ ସହାୟତା ଓ ଗଞ୍ଜାମ ଜିଲ୍ଲା ବରଦା ଗାଁ ନିକଟରେ ଋଷିକୂଲ୍ୟା ନଦୀରେ ଆନିକଟ ନିର୍ମାଣ ଆଦି ପ୍ରସ୍ତାବକୁ କ୍ଯାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।