ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଲୋକଙ୍କ ଉପସ୍ଥିତିରେ ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରିଥିବା ଏଏସଆଇ ଗୋପାଳ ଦାସ ପାଗଳ ନୁହେଁ ବୋଲି କହିଛନ୍ତି ଝାରସୁଗୁଡା ଅତିରିକ୍ତ ସେସନସ୍ ଜଜ୍, ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ କରି ଏକଥା ଦର୍ଶାଇଛନ୍ତି କୋର୍ଟ।
ଗୋପାଳର ମାନସିକ ଅସୁସ୍ଥତା ସମ୍ପର୍କରେ ବିଶ୍ଳେଷଣ କରିବା ପାଇଁ ଗଠିତ ୪ ସଦସ୍ୟ ବିଶିଷ୍ଟ ମେଡ଼ିକାଲ ବୋର୍ଡର ରିପୋର୍ଟ ଅନୁସାରେ ସେ ଆଦୌ ପାଗଳ ନଥିବା ବେଳେ ତାର ଅଧିକ ପରୀକ୍ଷା ନିରୀକ୍ଷା କରାଯିବା ଅନାବଶ୍ୟକ ବୋଲି ଝାରସୁଗୁଡା ସେସନସ୍ କୋର୍ଟ ଆଦେଶ ଦେଇଛନ୍ତି।