କୋରାପୁଟରୁ 5 କୋଟି ଟଙ୍କାର ଗଞ୍ଜେଇ ଜବତ

ଗତକାଲି ରାତିରେ ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ଲମଢାପୁଟ ଥାନା ପୋଲିସ ଟିମ ଟିକାପୁଟ ଗ୍ରାମ ନିକଟରେ ଏକ ଲୁଣ ବିଝେଇ ଟ୍ରକ ଉପରେ ଚଢ଼ାଉକରି 4 ଟନ ଗଞ୍ଜେଇ ଜବତ କରିଛି, ଏହାର ମୂଲ୍ୟ 5 କୋଟି ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । 223ଟି ଅଖାବ୍ୟାଗରେ ଏସବୁ ଗଞ୍ଜେଇ ଛତିଶଗଡ଼କୁ ଚାଲାଣ କରାଯାଉଥିଲା । ପୋଲିସ 3ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ 2ଜଣ ଖସି ପଳାଇଛନ୍ତି ।ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାଛକୁଣ୍ଡର ଲେନ୍ଦୁର ଏବଂ ଉତ୍ତରପ୍ରଦେଶର ଉମେଶ ବାବୁ ଓ ସିଂହ ପାଲ ।

Leave A Reply

Your email address will not be published.