କୋରାପୁଟ ଜିଲ୍ଲାରେ ଗତ ଗୁରୁବାର ରାତିରେ ପାଡବା ପୋଲିସ ଗଞ୍ଜାଇ ଚାଲାଣ କରୁଥିବା ଏକ କାରକୁ ବଡ଼ଦେବତା ଛକ ନିକଟରେ ଜବତ କରିଛି। ନିଜକୁ ସାମ୍ବାଦିକ କହି କାରରେ ଗଞ୍ଜାଇ ନେଇ ଯାଉଥିବା ମିଲିନ୍ଦ ଚିକତେ ଓ ଶୁଭମ୍ ସଞ୍ଜୟ ସିନ୍ଦେଙ୍କୁ ପୋଲିସ ଗିରଫ କରିଛି, ଉଭୟ ମହାରାଷ୍ଟ୍ରର ଔରଙ୍ଗାବାଦର ବୋଲି ଜଣାପଡିଛି। ସେମାନଙ୍କ ପାଖରୁ କାର ଭିତରେ ୭ଟି ବସ୍ତାରେ ବୋଝେଇ ହୋଇଥିବା ୧୫୧ କିଲୋ ଗଞ୍ଜାଇ ଜବତ କରାଯାଇଛି। ‘ପ୍ରେସ’ ଲେଖାଥିବା ଏକ ସୁଭ୍ କାରରେ ସେମାନେ ଜୟପୁର ବାଟଦେଇ ମହାରାଷ୍ଟ୍ର ପଳାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ, ଡ୍ରାଇଭର ଖସି ପଳାଇ ଯାଇଛି। ଦୁଇ ନକଲି ସାମ୍ବାଦିକଙ୍କୁ କୋର୍ଟରେ ପେଶ୍ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି।