ମାଲଗାଡି ମାଡିଗଲା ପ୍ଲାଟଫର୍ମ ଉପରକୁ : ୪ ମୃତ

ଯାଜପୁର ଜିଲ୍ଲାର କୋରେଇ ରେଳ ଷ୍ଟେସନରେ ଆଜି ସକାଳ ୬ଟା ୪୦ରେ ଘଟିଛି ଏକ ଅଭୂତପୂର୍ବ ଭୟାବହ ଦୁର୍ଘଟଣା, ଷ୍ଟେସନ ଦେଇ ଯାଉଥିବା ଏକ ମାଲଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମ ଉପରକୁ ମାଡ଼ିଯାଇଥିଲା, ଫଳରେ ପ୍ଲାଟଫର୍ମରେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଯାତ୍ରା କରିବ‌ାକୁ  ପ୍ଲାଟଫର୍ମରେ ଅପେକ୍ଷା କରିଥିବା ୪ ଜଣ ଯାତ୍ରୀଙ୍କର ମୃତ୍ଯୁ ହୋଇଛି।

ମୃତକମାନଙ୍କ ମଧ୍ୟରେ ୧ ଶିଶୁ, ୨ ମହିଳା ଓ ୧ ପୁରୁଷ ଥିବା ପ୍ରାଥମିକ ତନଖିରୁ ଜଣାପଡ଼ିଛି।

ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ମାଲବାହୀ ଟ୍ରେନଟି ଭଦ୍ରକରୁ ଛତ୍ରପୁରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

୬ଟି ବଗି ଷ୍ଟେସନ ପାର ହୋଇଥିବା ଅବସ୍ଥାରେ ପଡ଼ିରହିଥିବା ବେଳେ ୧୨ଟି ବଗି ଲାଇନଚ୍ୟୁତ ହୋଇଛି।

ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ।

‌ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି ।

ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି।

ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି।

ଘଟଣାସ୍ଥଳରେ ଆରପିଏଫ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯକୁ ତ୍ବରାନ୍ବିତ କରିୁଛନ୍ତି।

Leave A Reply

Your email address will not be published.