ପରଲୋକରେ ତ୍ରିଲୋଚନ କାନୁନଗୋ

ଓଡ଼ିଶାର ପ୍ରବୀଣ ରାଜନେତା ପୂର୍ବତନ ଜଗତସିଂହପୁର ସାଂସଦ ତ୍ରିଲୋଚନ କାନୁନଗୋ ଆଉ ନାହାନ୍ତି, ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଆଜି ସକାଳ ୭ଟା ସମୟରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଗତମାସ ୩୦ ତାରିଖରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଶ୍ରୀ କାନୁନଗୋ ୧୯୯୯ ମସିହାରେ ଜଗତସିଂହପୁର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ, ସେ ଓଡିଶା ବିଧାନସଭାକୁ ମଧ୍ୟ ୩ଥର ନିର୍ବାଚିତ ହୋଇଥିଲେ।

ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କର ସେ ବଡଭାଇ, କଟକ ମହାନଗର ନିଗମର ଅଧ୍ୟକ୍ଷ ଭାବେ ସେ ଅତ୍ୟନ୍ତ ଲୋକପ୍ରିୟ ଥିଲେ।

Leave A Reply

Your email address will not be published.