ପୂର୍ବତନ ବ୍ଲକ ଅଧକ୍ଷଙ୍କ ଗୁଣ୍ଡାଗିରି

ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ଯକ୍ଷ ଶରତ ନାୟକଙ୍କ ଗୁଣ୍ଡାଗିରି ଓ ମରଣାନ୍ତକ ଆକ୍ରମଣ ବିରୋଧରେ ଗତ ୨୫ ତାରିଖ ସଂଧ୍ୟାରେ ଗୋକନ ପଞ୍ଚାୟତ ଆଳୁନଟା ଗ୍ରାମର ବାସନ୍ତୀ କୁମାରୀ ଜେନା ସ୍ଥାନୀୟ ଥାନାରେ ଏତାଲା ଦାୟର କରିଛନ୍ତି।

ଏତାଲାରେ ଶ୍ରୀମତୀ ଜେନା ଦର୍ଶାଇଛନ୍ତି ଯେ ୨୪ ତାରିଖ ରାତି ଦଶଟା ସମୟରେ ପୂର୍ବତନ ଅଧକ୍ଷ ଶ୍ରୀ ନାୟକ ନିଜର ୮ ଜଣ ସଶସ୍ତ୍ର ଅସାମାଜିକ ସହଯୋଗୀଙ୍କୁ ସାଙ୍ଗରେ ଧରି ଅତର୍କିତ ଭାବେ ତାଙ୍କ ଘରେ ଜବରଦସ୍ତ ପଶି, ତାଙ୍କ ସ୍ଵାମୀ ରବୀନଙ୍କୁ ଘୋଷାଡି ଘୋଷାଡି ତଳେ ପକାଇ ମାଡ ମାରିଥିଲେ।

ଏଥିରେ ସ୍ବାମୀ ରବିନ୍ ଗୁରୁତର ଆହତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାସନ୍ତୀ ।

Leave A Reply

Your email address will not be published.