ବନ୍ୟା ବିପଦ କମିନାହିଁ

ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ବିପଦ କମିନାହିଁ, ହିରାକୁଦର ଆଉ ଅଧିକ ସ୍ଲୁଇସ ଗେଟ ଖୋଲାଯିବ ନାହିଁ ବୋଲି ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ବିଜୟ କୁମାର ମିଶ୍ର କହିବା ସତ୍ତ୍ୱେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘନଘନ ଲଘୁଚାପ ଦୃଷ୍ଟିରୁ ବର୍ଷା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ, ସେପରି ସ୍ଥଳେ ହିରାକୁଦର ସୁରକ୍ଷା ପାଇଁ ସ୍ଲୁଇସ ଗେଟ ଖୋଲିବାକୁ ହେବ।

ଅନ୍ୟ ପକ୍ଷରେ ନଦୀବନ୍ଧ ଗୁଡ଼ିକରେ ଘାଇର ସଂଖ୍ୟା ବଢିବାରେ ଲାଗିଛି, ଗାଁ ଗାଁରେ ବନ୍ୟାଜଳ ଘରେ ପଶିଛି ।

ଆଜି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କଟକ କେନ୍ଦ୍ରାପଡା ଜଗତସିଂହପୁର ଓ ପୁରୀର ବନ୍ୟା ପରିସ୍ଥିତି ସର୍ବେକ୍ଷଣ କରୁଛନ୍ତି। ସଂଧ୍ୟାସୁଦ୍ଧା ବନ୍ୟାର ବିଭୀଷିକା ଚିତ୍ର ଆସିଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.