ପାଞ୍ଚ ଜଣ ଛାତ୍ରଛାତ୍ରୀ ଅଜଣା ରୋଗରେ ଆକ୍ରାନ୍ତ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ବ୍ଲକ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଟିଙ୍କୋ ଗ୍ରାମରେ ଥିବା ହାଇସ୍କୁଲ ର ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଟିଙ୍କ ହାଇସ୍କୁଲର ମେସରେ ରହି ଛାତ୍ରଛାତ୍ରୀ ପାଠ ପଢୁଥିଲେ।ଆଜି ଅପରାହ୍ନରେ କିଛି ଜଣ ଛାତ୍ରଛାତ୍ରୀଙ୍କୁ ଜ୍ୱର ଓ ହାତଗୋଡ଼ ଟାଣୁଛି ବୋଲି କହିବାରୁ ଚିକିତ୍ସା ପାଇଁ ତାଙ୍କୁ ଲହୁଣୀପଡା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଅଛି।ସେଥି ମଧ୍ୟରେ ଅନିଲ ମୁଣ୍ଡା ସମେତ ଅନ୍ୟ ଚାରିଜଣ ଛାତ୍ରୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ନିର୍ଦ୍ଦିଷ୍ଟ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।

Leave A Reply

Your email address will not be published.