କୋମନା ଥାନା ମଲିକମୁଣ୍ଡା ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା ।
ଗୋଟିଏ ପରିବାରର ପାଞ୍ଚଜଣଙ୍କ ଉପରେ ହୋଇଛି ବଜ୍ରାଘାତ ।
ଏଥିରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇ କୋମନା ଡାକ୍ତରଖାନାରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି।
ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ନିଜ ଘର ଉପରେ ଆଜବେଷ୍ଟସ୍ ପକାଉଥିବା ବେଳେ ହଠାତ ଅକାଳ ବଜ୍ରପାତ ହୋଇଥିଲା ।
ବାପ ଓ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।