ସ୍ତ୍ରୀର ପ୍ରେମିକକୁ ମାରି ଫେରାର ହୋଇଯାଇଥିବା ସ୍ବାମୀ ଓ ଶ୍ଵଶୁର ଆଜି ନୟାଗଡ଼ ନୂଆଗାଁ ଥାନା ବାହାଡଝୋଲା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି।
ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି ଯେ ନୂଆଗାଁ ଥାନା ମହିପୁର ଗ୍ରାମର ଦୀପୁ ଓ ତାର ସ୍ତ୍ରୀ ସୁନିତା କଟକରେ ଗୋଟିଏ ଦୋକାନ କରି ଚଳୁଥିଲେ।
ସେଠାରେ ସେମାନଙ୍କର ଶୈଳେନ୍ଦ୍ର ଜେନା ନାମକ ଜଣା ଜୀବନ ବୀମା କମ୍ପାନି ଏଜେଣ୍ଟଙ୍କ ସହିତ ପରିଚୟ ହୋଇଥିଲା, ପରେ ସୁନିତା ଓ ଶୈଳେନ୍ଦ୍ରଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା।
ଏକଥା ଜଣାପଡିବା ପରେ ଦୀପୁ ସୁନିତାକୁ ଏଥିରୁ ନିବୃତ ହେବାକୁ ତାଗିଦ କରିଥିଲା, ମାତ୍ର ସେମାନଙ୍କ ଅବୈଧ ସମ୍ପର୍କ ଲୁଚାଚୋରାରେ ଚାଲୁଥିବା ଜାଣି ସେ ନିଜ ଦୁଶ୍ଚରିତ୍ରା ସ୍ତ୍ରୀକୁ ଆଣି ମହିପୁର ଘରେ ଛାଡିଦେଇଥିଲା।
କିଛିଦିନ ତଳେ ସୁନିତାଠାରୁ ଡାକରା ପାଇ ଶୈଳେନ୍ଦ୍ର ମହୀପୁରରେ ପହଞ୍ଚିଥିଲା।
ସେଠାରେ ରାତିଅଧରେ ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି କ୍ରୋଧରେ ଅନ୍ଧହୋଇ ଦୀପୁ ଶୈଳେନ୍ଦ୍ରକୁ ହତ୍ୟାକରି ପୋଡି ଦେଇଥିଲା।
ଘଟଣା ଘଟିବା ପରେ ସୁନୀତାକୁ ପୋଲିସ ଗିରଫ କରିଥିଲା, ମାତ୍ର ଦୀପୁ ଓ ତାର ବାପା ଫେରାର ହୋଇଯାଇଥିଲେ।