ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ବାରସୁଆଁ ପୂର୍ତ୍ତ ବିଭାଗ ରାସ୍ତା ଦଲମକୁଚା ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଟିକା ସମୟରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଅରୋହି ବାପପୁଅଙ୍କର ଘଟଣା ସ୍ଥଳରେ ଇହଲୀଳା ସମ୍ବରଣ ହୋଇଥିବା ଜଣାପଡିଛି। ଓଡ଼ି -୧୪ଜେଡ -୪୨୨୧ ବାଇକ ଯୋଗେ ମାଥିଆସ ଲାକ୍ରା (୫୨) ରଜିତ ଲାକ୍ରା (୨୫) ରାଉରକେଲା ଠାରୁ ନିଜ ଘର ବାରସୁଆଁ ଅଞ୍ଚଳକୁ ଯାଉଥିବା ବେଳେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଟିକା ସମୟରେ ଦଲମକୁଚା ନିକଟରେ ତାଙ୍କୁ ଏକ ଅଜଣା ଗାଡି ଶକ୍ତ ଧକ୍କାଦେଇ ଫେରାର ହୋଇଯାଇଥିଲା।ଫଳରେ ଘଟଣାସ୍ଥଳରେ ବାପପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଲହୁଣୀପଡା ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ମୃତ ବାପପୁଅଙ୍କ ଶବକୁ ଉଦ୍ଧାର କରି ବଣେଇ ଉପଖଣ୍ଡ ଚିକିତ୍ସାଳୟ କୁ ନେଇଥିଲେ।ଏବଂ ସେଠାରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।