ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁରରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ୨୦ ରୁ ୨୨ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ଖବର ମିଳିଛି । ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ସହ ତାଙ୍କର ୨ ସହଯୋଗୀ ଆହତ ହୋଇଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନ ବେଳର ଆକ୍ରୋଷ ହେତୁ ଦୁର୍ବୃତ୍ତମାନେ ଶୀତଳଷଷ୍ଠୀ ଯାତ୍ରା ଚାଲୁଥିବା ବେଳେ ରାତି ଅଧରେ ଖଣ୍ଡା ବୁଲାଇ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ବୋଲି କୁହାଯାଉଛି ।

ସଦର ଥାନା ମଷିହାଖାଲର ପୂର୍ବତନ ସରପଞ୍ଚ ମନୋଜ ସେଠୀଙ୍କ ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨ ଆହତ ସହଯୋଗୀଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.