ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମରେ ଜଣେ ଚାଷୀ ନିଜ ଚାଷ ଜମିରେ ପାଣି ମଟର ପମ୍ପ ଯୋଗେ ଜମିରେ ପାଣି ଦେଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ବଡଗୋଗୁଆ ଗ୍ରାମର ଦଶରଥ ସାହୁ ଆଜି ସକାଳେ ନିଜ ଜମିକୁ ଚାଷ କରିବା ପାଇଁ ଯାଇ ସେଠାରେ ଜମିରେ ପାଣି ଦେଉଥିବା ବେଳେ ହଠାତ ବିଦ୍ୟୁତ୍ ସଂସ୍ପର୍ଶ ରେ ଆସି ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ବଣାଇଁ ପୋଲିଶ ଅଧିକାରୀ ଖବର ପାଇ ଡ଼ାକ୍ତରଖାନା ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଘଟଣାର ତଦନ୍ତ ଯାରି ରଖିଥିବା ଜଣାପଡ଼ିଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଥିଲେ ।