ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା କାଲି ଟେଲିଭିଜନ କ୍ଯାମେରା ସାମ୍ନାରେ ପୁରୀ ପୋଲିସ ଓ ଅବକାରୀ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ପୁରୀରେ ପୋଲିସ ଓ ନିଶା ବ୍ଯବସାୟୀଙ୍କ ମଧ୍ୟରେ ଚାଲୁଥିବା ମଧୁଚନ୍ଦ୍ରିକା ବିଷୟ ମଧ୍ୟ ସେ ଅବକାରୀ କମିଶନରଙ୍କୁ ପତ୍ର ଲେଖି ଜଣାଇଥିବା କଥା କହିଥିଲେ ଟେଲିଭିଜନରେ । ନିଶା ବେପାରୀଙ୍କ ଠାରୁ ପୁରୀ ପୋଲିସ ବଟି ଆଦାୟ କରୁଛି ଓ ଅବକାରୀ ସୁପରିନଟେଣ୍ଡେଣ୍ଟଙ୍କୁ କାମ ଜଣାନାହିଁ ବୋଲି କହି ହଟଚମଟ ସୃଷ୍ଟି କରିଥିବା ଶ୍ରୀ ପଣ୍ଡା ହଠାତ ଓଲଟି ପଡିଛନ୍ତି, ତାଙ୍କ ମୁଣ୍ଡ ଠିକ ନାହିଁ ବୋଲି ସଫେଇ ଦେଇ ସେ କହିଛନ୍ତି ଯେ ପୁରୀ ପୋଲିସ ବହୁତ ଭଲ ! ଏକ ଭିଡିଓ ଜାରି କରି ଏମିତି କହିଛନ୍ତି ଛନ୍ତି ସେ । ଟେଲିଭିଜନରେ ତାଙ୍କ ବୟାନ ବାଜିବାର କିଛି ସମୟ ପରେ ସେ ସେ 7 ଦିନ ଛୁଟି ମାଗିଛନ୍ତି, ହେଡକ୍ୱାର୍ଟର ଛାଡି ଯିବା ପାଇଁ ଅନୁମତି ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟଙ୍କୁ !
ଏସବୁ ଯେ ଉପରୁ ପଡିଥିବା ଚାପ ଓ ପୋଲିସର ଭୟ ଯୋଗୁଁ ହୋଇଛି, ତାହା ସନ୍ଦେହ କରାଯାଉଛି ।
Prev Post
Next Post