ବରଖାସ୍ତ ଆଇଏଏସ ଅଫିସରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଗ୍ରାମ୍ଯ ଗୃହନିର୍ମାଣ ସମବାୟ ନିଗମର ଆର୍ଥିକ ଜାଲିଆତି ମାମଲାରେ ଚାକିରୀରୁ ବରଖାସ୍ତ ହୋଇଥିବା ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ୩ ବର୍ଷ ସଶ୍ରମ କାରାବାସଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ, ଶ୍ରୀ କୁମାରଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଦଣ୍ଡ ପ୍ରଦାନ କରିଛନ୍ତି କୋର୍ଟ। ସେମାନେ ହେଲେ – ନିଗମର କମ୍ପାନୀ ସେକ୍ରେଟାରୀ ସ୍ଵସ୍ତିରଞ୍ଜନ ମହାପାତ୍ର, ଲୋନ ରିକଭରି କିରାଣୀ ଉମେଶ ଚନ୍ଦ୍ର ସ୍ଵାଇଁ, ଋଣ ନେଇଥିବା ହୋମ ଲାଇଭସ୍ କମ୍ପାନୀର ୨ ପାର୍ଟନର ରଶ୍ମି ପଟ୍ଟନାୟକ ଓ ରତନ କୁମାର ସାହୁ। ଜରିମାନା ରାଶି ନଦେଲେ ସେମାନଙ୍କୁ ଅଧିକ ୬ମାସ ଜେଲ ଭୋଗିବାକୁ ପଡିବ ବୋଲି କୋର୍ଟ ଆଦେଶ କରିଛନ୍ତି ।
୨୦୦୦ ମସିହାରେ ୩୮ଟି ଡୁପ୍ଲେକ୍ସ ଘର ନିର୍ମାଣ ପାଇଁ ହୋମ ଲାଇଭସ୍ କମ୍ପାନିକୁ ନିଗମ ୫୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲା, କମ୍ପାନି ଦ୍ଵାରା କୌଣସି ଘର ନିର୍ମାଣ ହୋଇନଥିଲା ଓ ଏପରି କି ନିଗମକୁ ଦର୍ଶାଯାଇଥିବା ଯାଗା ଉପରେ ମଧ୍ୟ ଏହାର ମାଲିକାନା ନଥିଲା – ମାତ୍ର ଏସବୁ ଜାଲସାଦି ବାବଦରେ ନିଗମ ଜାଣିଶୁଣି ଆଖିବୁଜି ଦେଇଥିଲା !

Leave A Reply

Your email address will not be published.