ରଞ୍ଜିତ କୁମାର ରାଉତ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ରାଣିବନ୍ଧ ଠାରେ ବିଶ୍ଵ ପରିବେଶ ଅବସରରେ ସମଗ୍ର ବିକାଶ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ୟୁଥ୍ କଂଗ୍ରେସ ସଭାପତି ଆଲବେଟ କିଣ୍ଡୋ । ଉକ୍ତ ଦିବସରେ ଛାତ୍ରଛାତ୍ରୀ ଗଣ ପ୍ଲା କାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରିବା ସହ ପରିବେଶ ଦିବସ ଉପରେ ବିଭିନ୍ନ ସ୍ଳୋଗାନ ମଧ୍ୟ ଦେଇଥିଲେ । ନଗର ପରିକ୍ରମା ସମୟରେ ଛାତ୍ରୀ ଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣର ଉପକାର ବିଷୟରେ ପୌରାଞ୍ଚଳ ବାସୀଙ୍କୁ ମୁଁ ବାର୍ତ୍ତା ପ୍ରଦାନ କରିଥିଲେ । ପରିବେଶ ଉପରେ ସଭାପତି ନିଜର ବକ୍ତବ୍ୟରେ ଅନେକ ତଥ୍ୟ ପ୍ରଦାନ କରିବା ସହ ଗଛ ଲଗାଅ ପରିବେଶ ବଞ୍ଚାଅ ବୋଲି କହିଥିଲେ । ସମଗ୍ର ଅଞ୍ଚଳକୁ ସଫାସୁତୁରା ରଖିବା ସହ ଅମ୍ଳଜାନ ପାଇଁ ବୃକ୍ଷର ଉପକାର ବିଷୟରେ ଅନ୍ୟ ଅତିଥି ଗଣ ନିଜର ବକ୍ତବ୍ୟ ରଖିଥିଲେ ।