ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ଏମ୍ପ୍ଲୟମେଣ୍ଟ ଅଫିସର

ଅଫିସ କିରାଣୀ ଜୀତେନ୍ଦ୍ର ସେଠୀଙ୍କ ଜରିଆରେ ଜଣେ ଡ୍ରାଇଭର ଠାରୁ ୧୨ ହଜାର ୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ ତାପସ ସ୍ଵାଇଁ ଭିଜିଲାନ୍ସ ହାତରେ ରଙ୍ଗାହାତ ଧରା ପଡିଛନ୍ତି । ଉଭୟଙ୍କୁ ଗିରଫ କରାଯାଇଛି।
ପ୍ରାପ୍ତ ସୂଚନାରୁ ଜଣା ଯାଇଛି ଯେ ବିବେକାନନ୍ଦ ମହାପାତ୍ର ନାମକ ଜଣେ ବ୍ଯକ୍ତି ନିଜ ଗାଡିକୁ ଅଫିସରେ ଭଡା ଲଗାଇଥିଲେ। ଗତ କିଛି ମାସ ଧରି ତାଙ୍କୁ ଗାଡିଭଡା ଓ ଇନ୍ଧନ ବାବଦ ପ୍ରାପ୍ୟ ଦିଆଯାଇ ନଥିବାରୁ ସେ ନିଜର ପ୍ରାପ୍ଯ ପଇଠ କରିବାକୁ ଅନୁରୋଧ କରିବାରୁ, ଜିଲ୍ଲା ନିୟୋଜନ ଅଧିକାରୀ ତାଙ୍କୁ ଲାଞ୍ଚ ମାଗିଥିଲେ। ଭିଜିଲାନ୍ସ ପକ୍ଷରୁ ଶ୍ରୀ ସ୍ଵାଇଁଙ୍କ ଭୁବନେଶ୍ୱରସ୍ଥିତ ଦୁଇ ମହଲା ଘର ଓ କଟକ ନିଆଳିରେ ଥିବା ପୈତୃକ ଘରେ ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.