ଦନ୍ତାହାତୀ ନେଇଗଲା ବୃଦ୍ଧଙ୍କ ଜୀବନ

ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ରେଞ୍ଜ ଅନ୍ତର୍ଗତ ସରସରା ସେକ୍ସନର ଗୁଜାପାଳ ଜଙ୍ଗଲ ନିକଟରେ ଜଣେ ବୃଦ୍ଧଙ୍କୁ ଦନ୍ତାହାତୀ ଶୁଣ୍ଡରେ ଉଠାଇ କଚାଡି ପାଦରେ ଦଳିଦେଇ ମାରି ଦେଇଥିବା ଜଣାପଡିଛି । ଆଜି ସକାଳେ କୁଲକୁତା ଗ୍ରାମର ମିଟୁ କିସାନ (୫୫)ନିକଟସ୍ଥ ଜୁଗାପାଳ ଜଙ୍ଗଲକୁ ଟୋଲ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ହଠାତ ୮ ଟିକିଆ ହାତୀପଲ ଯାଉଥିବା ବେଳେ ମିଟୁ ହାତୀ ହାବୁଡରେ ପଡି ଯାଇଥିବାରୁ ଗୋଟେ ଦନ୍ତାହାତୀ ଶୁଣ୍ଡରେ ଉଠାଇ କଚାଡି ପାଦରେ ଦଳିଦେଇ ମାରି ଦେଇଥିବା ଜଣାପଡିଛି ।ସ୍ଥାନୀୟ ଲୋକେ ଜଗଙ୍ଗଲକୁ ଯାଇଥିବା ବେଳେ ମିଟୁରମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ସରସରା ସେକ୍ସନର ଫରେଷ୍ଟର ସଦାଶିବ ପାତ୍ର ଓ ତାଙ୍କର ଷ୍ଟାପ ଘଟଣାସ୍ଥଳରେ ପହଞ୍ଚିବା ସହିତ ଟିକାୟତପାଲି ପୋଲିଶ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡିଛି।

Leave A Reply

Your email address will not be published.