ଘୁରିବୁଲୁଛନ୍ତି ହାତୀପଲ, ଲୋକେ ଆତଙ୍କିତ

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଡଗାଁ ବନାଞ୍ଚଳ ଅଞ୍ଚଳରେ ବର୍ତ୍ତମାନ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡରୁ ଆସିଥିବା ୧୯ ଟିକିଆ ହାତୀପଲ ବର୍ତ୍ତମାନ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିବା ସହିତ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ଉକ୍ତ ହାତୀପଲ ଝାଡ଼ଖଣ୍ଡରୁ ଆସି ନୂଆଗାଁ ଅଞ୍ଚଳରେ ଉତପାତ ମଚାଇ ୪ ଟି ଘର ଭାଙ୍ଗିଥିବା ବେଳେ ହାତୀପଲ ସେପଟୁ ଆସି ଆଜି ଭୋର ସକାଳୁ ବିଜୁ ଏକ୍ସପ୍ରେସ ୱେ ପାର ହୋଇ ବର୍ତ୍ତମାନ ମହାବୀର ପାହାଡ ସ୍ଥିତ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି । ଏହାକୁ ନେଇ ବର୍ତ୍ତମାନ ଜଙ୍ଗଲ ପାର୍ଶ୍ବ ବର୍ତ୍ତି ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ତେବେ ହାତୀପଲ ଆଜି କାହାରି କିଛି କ୍ଷୟକ୍ଷତି କରି ନ ଥିବା ଜଣାପଡିଛି । ରାସ୍ତାରେ ଗଲାବେଳେ ଧାନ ଗଛ ଖାଇଥିବା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.