ଧାମନଗରରେ ବିଜେଡିର ଜୋରଦାର ଶକ୍ତି ପ୍ରଦର୍ଶନ

ଧାମନଗର ଉପନିର୍ବାଚନ ପ୍ରଚାରର ଶେଷଦିନ ଜୋରଦାର ଶକ୍ତି ପ୍ରଦର୍ଶନ କରିଛି ବିଯୁଜନତା ଦଳ, ନିର୍ବାଚନ ମଣ୍ଡଳୀରେ ମୋଟର ସାଇକେଲ ଶୋଭାଯାତ୍ରା, କର୍ମୀ ସମ୍ମିଳନୀ ଓ ସାଧାରଣ ସଭାରେ ହଜାର ହଜାର ସାଧାରଣ ସମର୍ଥକ, ଯୁବକ ଓ ମହିଳାମାନେ ଯୋଗଦେଇ ଦଳୀୟ ପ୍ରାର୍ଥୀନୀଙ୍କ ସପକ୍ଷେରେ ଗତକାଲି ପ୍ରଭାବଶାଳୀ ଆବହାୱା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଗତକାଲିର ପ୍ରଚାରରେ 12 ମନ୍ତ୍ରୀ, 24 ବିଧାୟକ ଓ ଦଳର ବରିଷ୍ଠ ନେତାମାନେ ଭାଗ ନେଇଥିଲେ, ନିର୍ବାଚନ ମଣ୍ଡଳୀର ସମସ୍ତ 45 ଗ୍ରାମପଞ୍ଚାୟତରେ ସରଗରମ ପ୍ରଚାର କରାଯାଇଥିଲା । ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡରେ ପ୍ରଚାର କରିଥିଲେ । ଅବନ୍ତୀ ଦାସ ବିପୁଳ ଭୋଟରେ ବିଜୟିନୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ, ଗତକାଲି କଂଗ୍ରେସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରଚାର କରାଯାଇଛି । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ପାରମ୍ପରିକ ଭାବରେ କଂଗ୍ରେସ ଧାମନଗରରୁ ବିଜୟୀ ହୋଇଛି, 1951ରୁ ଦଳ ଏଠାରୁ ସର୍ବାଧିକ 7 ଥର ଜିତିଛି ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.