୨ ଦିନତଳେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ଓଡିଶା ତାଙ୍କ ଦଳର କେନ୍ଦ୍ରୀୟ ନେତାଙ୍କ ଫୋକସରେ ଅଛି, ଆଗାମୀ ନିର୍ବାଚନରେ ୧୫ରୁ ଅଧିକ ଲୋକସଭା ଆସନରେ ଜୟଲାଭ କରିବା ସହ ପ୍ରତି ଲୋକସଭା କ୍ଷେତ୍ରରୁ ୩-୪ ବିଧାୟକ ଜିତି ରାଜ୍ୟରେ ସରକାର କରିବ ବିଜେପି ।
ପରେ ପରେ ଗତକାଲି ଠାରୁ ଓଡ଼ିଶାରେ ଇଡି ଚଢ଼ାଉ ଆରମ୍ଭ ହୋଇଯାଇଛି।
ଏଥିରେ ବିଜେଡିର ଜଣେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଓ ନୋଇଡାରେ ଥିବା ମେଡିଆ ଗୁରୁ କନସଲଷ୍ଟାଣ୍ଟ ପ୍ରାଇଭେଟ ଲିମିଟେଡ଼ କମ୍ପାନିର ୪ କୋଟି ୯୨ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଉପରକୁ ଦିଶୁ ନଥିଲେ ମଧ୍ୟ ଏହାକୁ ନେଇ ବିଜେଡି ଅନ୍ଦର ମହଲରେ ହଡକମ୍ପ ସୃଷ୍ଟି ହୋଇଛି।
ଜରୁରୀ କାଳୀନ ସମୟର ‘ମିସା’ ଆଇନ ଭଳି ବର୍ତ୍ତମାନର ‘ପିଏଲଏମଏ’ ଆଇନକୁ ସରକାର ଅଣବିଜେପି ରାଜନୈତିକ ଦଳ ବିରୋଧରେ ବ୍ଯବହାର କରିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି କୁହାଯାଉଛି।