ଆଜି ସକାଳେ ଡଙ୍କାନାଳର ନୁଆସାହି ବଡ଼ଝର ନିକଟରେ ଏକ ମିନିଟ୍ରକ ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ମଦ୍ୟପ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ରଖି ନପାରିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।
ଶ୍ରମିକମାନଙ୍କୁ ନେଇ ମୁକ୍ତାପାଶିରୁ କମଳଙ୍ଗା ଯାଉଥିବା ବେଳେ ଘଟଣାସ୍ଥଳରେ ଆଗରୁ ଏକ ଟ୍ରକ ଆସୁଥିବା ଦେଖି ଡ୍ରାଇଭର ଗାଡିକୁ କଡେ଼ଇ ଦେବା ବେଳେ ଡ଼ାଲାରେ ବସିଥିବା ଶ୍ରମିକ ମାନେ ରାସ୍ତାଉପରକୁ ଛିଟିକି ପଡ଼ିଥିଲେ, ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି।
ଶ୍ରମିକମାନେ ଅଣ ଓଡ଼ିଆ, ସେମାନଙ୍କୁ ସ୍ତାନୀୟ କାମାକ୍ଷା ନଗର ହସ୍ପିଟାଲରେ ଚିକିତ୍ସା କରାଯାଉଛି