ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଆଜି ଓଡିଶା ବିଧାନସଭା ସମ୍ମିଳନୀ କକ୍ଷରେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦମାନଙ୍କୁ ଭେଟି ସମର୍ଥନ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ଦଳର ସବୁ ଭୋଟ ଶ୍ରୀମତୀ ମୁର୍ମୁଙ୍କୁ ମିଳିବା ଦରକାର, ଅସାବଧାନତା ବଶତଃ ଯେପରି କାହାରି ବି ଭୋଟ ନାକଚ ନହୁଏ, ସେଥିପ୍ରତି ସମସ୍ତେ ସଜାଗ ରହିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିବା ପରେ ଶ୍ରୀମତୀ ମୁର୍ମୁ ରାଜ୍ୟ ଅତିଥି ଭବନକୁ ଯାଇ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ଭେଟିଥିଲେ।

ପୂର୍ବରୁ ସକାଳ ୧୧ଟା ସମୟରେ ବିମାନ ବନ୍ଦରରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ଦଳ ପକ୍ଷରୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

Leave A Reply

Your email address will not be published.