ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦଣ୍ଡଯାତ୍ରା ବେଳେ ବିଶୃଙ୍ଖଳା

ଗଞ୍ଜାମ (ଆଶିଷ କୁମାର ଗୌଡ଼) : ଭଞ୍ଜନଗରରେ ଦଣ୍ଡଯାତ୍ରା ବେଳେ ବିଶୃଙ୍ଖଳା । ମେଲୋଡି ଚାଲିଥିବା ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ । ସୂଚାନୁସାରେ ଗତକାଲି ରାତିରେ ଭଞ୍ଜନଗର ଭେଜିପୁଟ୍ ଠାରେ ଆୟୋଜିତ ହୋଇଥିବା ପଞ୍ଚୁଦଣ୍ଡରେ ସାଂସ୍କୃତିକ ମୁଳକ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଯାତ୍ରା କଳାକାର ରାଣୀ ପଣ୍ଡା ମଞ୍ଚକୁ ଉଠିବା ପରେ ଦର୍ଶକଙ୍କ ଭିଡ ଜମିଥିଲା । ଠିକ ଏହି ସମୟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡା ହୋଇଥିଲେ ।

ଗୋଷ୍ଟି ସଂଘର୍ଷରେ ବ୍ୟାପକ ଭଙ୍ଗାରୁଜା ସହ ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ଆହତ ହୋଇଥିଲେ । ପରେ ପୋଲିସ ଏବଂ ଗ୍ରାମବାସୀଙ୍କ ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନହେବା ପାଇଁ ଭଞ୍ଜନଗରର ଆମ ପୋଲିସ ସମିତି ପକ୍ଷରୁ ଦଣ୍ଡଯାତ୍ରା ଆୟୋଜନ କମିଟିକୁ ନେଇ ଏକ ସଚେତନ ସଭା କରାଯାଇଥିଲା । କିନ୍ତୁ କିଛି କମିଟି ପୋଲିସର ନିର୍ଦ୍ଦେଶକୁ ନମାନିବାରୁ ଏଭଳି ଘଟଣା ଘଟୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.