କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବେଆଇନ ଇଟାଭାଟି ଭଙ୍ଗା ଅଭିଯାନ, ଗତ ୨ ଦିନ ମଧ୍ୟରେ ଡେରାବିଶ,ରାଜକନିକା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଥିବା ୨୫ଟି ଇଟାଭାଟିକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ରାପଡା ସବକଲେକ୍ଟର ନିରଞ୍ଜନ ବେହେରା।
ରାଜ୍ୟ ପଲ୍ଯୁସନ କଣ୍ଟ୍ରୋଲ ବୋର୍ଡର ଅନୁମତି ନଥାଇ ଜାଳେଣି କାଠ ଓ ନିମ୍ନମାନର କୋଇଲା ବ୍ଯବହାର କରି, ନଦୀ ଅବବାହିକା ଗ୍ରାମଗୁଡିକରେ ଥିବା ଏସବୁ ଇଟାଭାଟିରେ ଇଟା ତିଆରି କରା ଯାଉଥଲା ବୋଲି ଶ୍ରୀ ବେହେରା କହିଛନ୍ତି।

Next Post