ମହାତ୍ମା ଗାନ୍ଧୀଙ୍କୁ ଅସୁର କହିଲା ହିନ୍ଦୁ ମହାସଭା

କୋଲକାତାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଏକ ଦୁର୍ଗା ପୂଜାମଣ୍ଡପରେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ମହିଷାଶୁର ରୂପରେ ମୂର୍ତ୍ତି ନିର୍ମାଣ କରାଯାଇଛି। ଗାନ୍ଧୀଙ୍କୁ ନେଇ ଏପରି ଘୃଣା ଓ ବିକୃତି ପ୍ରଦର୍ଶନ ପାଇଁ ହିନ୍ଦୁ ମହାସଭା ବିରୋଧରେ ଥାନାରେ ଅଭିଯୋଗ ଦାୟର ହୋଇଥିବା ବେଳେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଅବହିତ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ପକ୍ଷରୁ ପୂଜାମଣ୍ଡପ ଆୟୋଜକଙ୍କୁ ତାଗିଦ କରାଯାଇଛି, ଫଳରେ ମହିଷାସୁର ମୂର୍ତ୍ତିରୁ ଗାନ୍ଧିଙ୍କ ମୁହଁକୁ ହଟାଇ ଦିଆଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ହିନ୍ଦୁ ମହାସଭା ପଶ୍ଚିମବଙ୍ଗ ଶାଖାର ସଭାପତି ଚନ୍ଦ୍ରଚୂଡ଼ ଗୋସ୍ୱମୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଚାପରେ ବାଧ୍ୟହୋଇ ମୂର୍ତ୍ତିର ମୁଖାକୃତିକୁ ବଦଳାଇ ଦିଆଯାଇଛି, ମାତ୍ର ମହାସଭା ଗାନ୍ଧିଙ୍କୁ ଜଣେ ପ୍ରକୃତ ଅସୁର ରୂପରେ ଦେଖେ, ତେଣୁ ମହିଷାସୁର ଆକୃତିର ମୂର୍ତ୍ତି ତିଆରି କରାଯାଇଥିଲା ! ବିଭିନ୍ନ ସ୍ଥାନରେ ଥିବା ଗାନ୍ଧୀମୂର୍ତ୍ତି ଗୁଡିକୁ ହଟାଇ ସେସବୁ ସ୍ଥାନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତି ସ୍ଥାପନ କରାଯିବା ଦରକାର ବୋଲି ଶ୍ରୀଗୋସ୍ୱାମୀ କହିଛନ୍ତି।

Leave A Reply

Your email address will not be published.